Mobile Advisory

ହରଡ଼ ଫସଲ ରେ ଅଧିକ ଅମଳ ପାଇବା ପାଇଁ ମଞ୍ଜି ବୁଣିବା ଆଗରୁ ପ୍ରତି 1 କିଗ୍ରା ମଞ୍ଜିରେ 20 ଗ୍ରାମ ରାଇଜୋବିଅମ କଲଚର କୁ ମିଶାଇ ଭଲ ଭାବରେ ଗୋଳାଇ ଛାଇରେ ସୁଖେଇବା ପରେ ଜମିରେ ପ୍ରୟୋଗ କରନ୍ତୁ |
------------------------

ଢିପ ଜମିରେ ଅଣଧାନ ଫସଲ ଯଥା ମକା, ବରଗୁଡି, ହରଡ଼, ବିରି, ମାଣ୍ଡିଆ ଚିନାବାଦାମ, ଜଡ଼ା, କନ୍ଦମୂଳ ଇତ୍ୟାଦି ଚାଷ କରନ୍ତୁ |
------------------------

ମରୁଡ଼ି ହେଉଥିବା ଅଂଚଳରେ ମରୁଡ଼ି ସହଣୀ ଶକ୍ତି ଥିବା କିସମ ଯଥା ସହଭାଗୀ ଧାନ -47, ସହଭାଗୀ ଧାନ -44, ସ୍ଵର୍ଣ ଶ୍ରେୟା ଇତ୍ୟାଦି ବିହନ ବ୍ୟବହାର କରନ୍ତୁ |
------------------------

ରଜନୀଗନ୍ଧା ଫେବୃଆରୀ ରୁ ମେ ମାସ ପର୍ଯ୍ୟନ୍ତ ଲଗା ଯାଏ | ତେଣୁ ରଜତ ରେଖା, ଅରକ ପ୍ରଜ୍ୱଳ, କଲକାତା ସିଙ୍ଗଲ, କଲକାତା ଡବଲ ଆଦି କିସମ ଲଗାନ୍ତୁ |
------------------------

ଶୁଷ୍କ ଖରାଟିଆ ଗରମ ପାଗ ଦେଖି ପିଆଜ ଅମଳ କରନ୍ତୁ ଓ ବେକ ଉପରୁ 2.5 ସେମି ରଖି ଅଗ ଓ ସମୁଦାୟ ଚେର କାଟି ଦିଅନ୍ତୁ |
------------------------

କୁକୁଡ଼ା ମାନଙ୍କର ରାଣୀଖେତ ରୋଗର ପ୍ରତିଷେଧକ କରିବା ପାଇଁ RD -R 2B ଟୀକା ଇଞ୍ଜେକ୍ସନ ଆକାରରେ ଦିଅନ୍ତୁ
------------------------

ବର୍ତମାନ ସମୟରେ ମୁଗ ବିରି ରେ ଫ୍ଲି ବିଟିଲ ଲାଗିବାର ସମ୍ଭାବନା ରହିଛି | ଏହାର ନିରାକରଣ ପାଇଁ କ୍ଲୋରୋପାଇରିଫସ 20% ଇସି + cypermethrin 5% ଏକ @ 1 ମିଲି triazophos 40% EC @ 2 ମିଲି ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ |
------------------------

ବର୍ତମାନ ସମୟରେ ମୁଗ ବିରି ରେ କଳଙ୍କି ରୋଗ ଦେଖାଦେଲେ ପ୍ରୋପିକୋନାଜୋଲ 25% ଇସି @ 1 ମିଲି କିମ୍ବା ସଲଫର 80 wp @ 4ଗ୍ରାମ ପ୍ରୟୋଗ କରନ୍ତୁ |
------------------------

ବାହ୍ୟ ପରଜୀବୀ ନିୟନ୍ତ୍ରଣ ପାଇଁ ଆଇଭରମେକ୍ଟିନ ଇଞ୍ଜେକ୍ସନ କିମ୍ବା ଶରୀର ବାହାରେ ପ୍ରୟୋଗ କରିବା ପାଇଁ ଫ୍ଲମେଥିନଂ ଆମିଟ୍ରାଜ ଇତ୍ୟାଦି ଔଷଦ ରହିଅଛି | ପ୍ରାଣୀ ଚିକିତ୍ସକ ଙ୍କର ପରାମର୍ଶରେ ଏହାର ପ୍ରୟୋଗ ଆବଶ୍ୟକ ଅନୁଯାୟୀ କରନ୍ତୁ
------------------------

ଶୀତ ସହିତ ମେଘୁଆ ପାଗର ଆଶଙ୍କା ଥିଲେ ଛୁଇଁ ଜାତୀୟ ପନିପରିବା ଯଊପୋକ ଲାଗିଥାଏ | ଏହାର ନିରାକରଣ ପାଇଁ ପ୍ରତି ଲିଟର ପାଣିରେ 2 ମିଲି ହିସାବରେ ଯାଇ ମେଥୋଏଟ ମିଶାଇ ସିଞ୍ଚନ କରାଯାଏ |
------------------------

ଧାନ ସାଇତି ରଖିଥିବା ବସ୍ତା କିମ୍ବା କୋଠରୀରେ ପୋକ ଦେଖାଦେଲେ ଆଲୁମିନିଅମ ଫସଫଇଜ ଟାବଲେଟ ଏକ ଟନ ଧାନ ପିଛା 3ଟି କନାରେ ଗୁଡେଇ ରଖନ୍ତୁ |
------------------------

ପିଆଜ ତଳି ଗୁଡିକ 12-15 ସେମି ଉଚ୍ଚା କିମ୍ବା 45 ଦିନିଆ ହୋଇଗଲେ ଉପରବେଳା ଉପାଡି ମୁଖ୍ୟ ଜମିରେ ଲଗାନ୍ତୁ
------------------------

ପିଆଜ ବିହନ ବୁଣିବ ପୂର୍ବରୁ ଏକ କିଲୋ ମଞ୍ଜି ରେ 1 ଗ୍ରାମ ବାଭିଷ୍ଟିନ ସହିତ 2 ଗ୍ରାମ ଥିରାମ ଔଷଧ ମିଶାଇ ବିହନ ବିଶୋଧନ କରନ୍ତୁ |
------------------------

ରବି ମୁଗ, ମସୁର, ମଟର , ଓ ବୁଟ, ଫସଲ ଶୀଘ୍ର ବୁଣନ୍ତୁ | ମଟର ଓ ବୁଟ ଫସଲ ନଭେମ୍ବର ଶେଷ ପର୍ଯ୍ୟନ୍ତ ଲଗାଯାଇ ପାରିବ |
------------------------

ଅଣଜଳସେଚିତ ଜମିରେ ମାଟିର ବତର ଦେଖି ସେପ୍ଟେମ୍ବର ମାସ ଶେଷ ସପ୍ତାହ ରୁ ଅକ୍ଟୋବର ମାସ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ସୋରିଷ ଫସଲ ବୁଣନ୍ତୁ |
------------------------

ଶୀତ ଦିନିଆ ଚାଷ କରିବା ପୂର୍ବରୁ ମୃତିକା ପରୀକ୍ଷା କରେଇ ନିଅନ୍ତୁ ଏବଂ ମୃତିକା ସ୍ୱାସ୍ଥ୍ୟ କାର୍ଡ ଅନୁଯାୟି ଖତ ଓ ସାର ପ୍ରୟୋଗ କରନ୍ତ
------------------------

ଅକ୍ଟୋବର ମାସ ଗୋଲାପରେ କାଣ୍ଟ ଛାଂଟ କରିବାର ପ୍ରକୁଷ୍ଠ ସମୟ ଅଟେ | ଏବେ ପନିପରିବା ଯଥା କୋବି ଜାତୀୟ ଫସଲ , ବାଇଗଣ, ଟମାଟୋ, ଲଙ୍କା ଏବଂ କ୍ୟାପ୍ସିକମ ଲଗାଇବାର ଅନୁକୂଳ ସମୟ ଅଟେ |
------------------------

ସେପ୍ଟେମ୍ବର ମାସ ଟମାଟୋ ଲଗାଇବା ପାଇଁ ଉପଯୁକ୍ତ ସମୟ ହୋଇଥିବାରୁ ଉନ୍ନତ କିସମ ଯଥା ଅର୍କ ରକ୍ଷକ , ଅର୍କ ସମ୍ରାଟ ଆଦି କିସମ ଏକର ପ୍ରତି 150-200 ଗ୍ରାମ ବିହନ ବ୍ୟବହାର କରନ୍ତୁ |
------------------------

ବର୍ଷା ଦିନିଆ ହରଡ଼ ଫସଲ ରେ ଫୁଲ ଧରିବା ବେଳେ ବାଘୁଆ ପୋକ ଲାଗିଲେ ଏହାର ନିରାକରଣ ପାଇଁ ପୋକ ଗୁଡିକୁ ଧରି କିରୋସିନି କିମ୍ବା ସରଫ ପାଣିରେ ବୁଡାଇ ମାରି ଦିଅନ୍ତୁ |
------------------------

ଟମାଟୋ ତଳି ଗୁଡିକ 5 ରୁ 7 ପତ୍ର ବିଶିଷ୍ଟ ହେଲେ କିଆରୀରେ 60 ସ 60 ସେମି ବ୍ୟବଧାନରେ ଲଗାନ୍ତୁ |
------------------------

ଅଗଷ୍ଟ ମାସରୁ ଜାନୁଆରୀ ମାସ ପର୍ଯ୍ୟନ୍ତ ଏକ ମାସ ଅନ୍ତରରେ ଆଫ୍ରିକୀୟନ ଗେଂଡୁ ଫୁଲ ର ଅଧିକ ଅମଳକ୍ଷମ କିସମ ଗୁଡିକ ଯଥା ଜଏଣ୍ଟବଲ, ଆଫ୍ରିକାନ ଅରେଞ୍ଜ ଆଦି ବ୍ୟବହାର କରନ୍ତୁ |
------------------------

ଚିନାବାଦାମ ରେ ଝାଉଁଳା ରୋଗର ଦମନ ପାଇଁ 10 ଲିଟର ପାଣିରେ 1 ଗ୍ରାମ ସ୍ଟ୍ରେପଟୋସାଇକ୍ଲିନ ସହିତ 15 ଗ୍ରାମ କାରବେଣ୍ଡିଯମ ମିଶାଇ ଗଛ ମୂଳରେ ସିଞ୍ଚନ କରନ୍ତୁ |
------------------------

ମକା ଫସଲରେ ଲେଢା ପୋକର ପ୍ରାଦୁର୍ଭାବ ଦେଖାଦେଲେ ଏକର ପ୍ରତି 400 ମିଲି ପ୍ରୋଫେନୋଫସ 50% ଇସି 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ |
------------------------

ହରଡ଼ ଲଗାଇବାର 3 ରୁ 4 ସପ୍ତାହ ହୋଇଗଲେ କୋଡା ଖୁସା ସାରି ଘାସ ବାଛି ଦିଅନ୍ତୁ |
------------------------

ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷରେ ବିହନ କୁ ବଦଳାଇ ଦିଅନ୍ତୁ, ଉନ୍ନତ ମାନର ବିହନ ବ୍ୟବହାର ଦ୍ୱାରା ଅମଳ 15% ବୃଦ୍ଧି ହୋଇପାରିବ |
------------------------

ଗର୍ଭବତି ଛେଳି ମାନଙ୍କୁ ଗର୍ଭା ବସ୍ତା ର ଶେଷ ମାସରେ ଏବଂ ଛୁଆ ଜନ୍ମ କରିବାର ପରେ 2 ମାସ ପର୍ଯ୍ୟନ୍ତ ଦୈନିକ 100 ଗ୍ରାମ ଦାନା (50 ଗ୍ରାମ ମକା + 50 ଗ୍ରାମ ଗନ୍ଧିରୀ ) ଏବଂ 20 ଗ୍ରାମ ଖଣିଜ ମିଶ୍ରଣ ଖାଇବାକୁ ଦେଲେ କ୍ଷୀର ଉତ୍ପାଦନ ଠିକ ହୁଏ ଏବଂ ଛୁଆ ମୃତ୍ୟୁ ହାର କମ ହୁଏ |
------------------------

ଆଖୁ ବିହନ ଲଗାଇବା ପୂର୍ବରୁ ବିହନ ବିଶୋଧନ ନିହାତି ଜରୁରୀ, 100 ଲିଟର ପାଣିରେ 150 ଗ୍ରାମ କାରବେନଡ଼ିଜାମ ନାମକ ଫିମ୍ପି ନାଶକ ମିଶାଇ ଏକ ଦ୍ରବଣ ପ୍ରସ୍ତୁତ କରନ୍ତୁ, ଏହି ଦ୍ରବଣରେ ଆଖୁ ଖଣ୍ଡ ଗୁଡିକୁ 30 ମିନିଟ ବୁଡାଇ ମୁଖ୍ୟ ଜମିରେ ଲଗାନ୍ତୁ |
------------------------

ହରଡ଼ ଫସଲରେ ଛୁଇଁବିନ୍ଧା ଓ ବାଘୁଆ ଲାଗିବାର ସମ୍ଭାବନା ରହିଛି, ଏହାକୁ ଅନୁମୋଦିତ ବିଷ ପ୍ରୟୋଗ କରି ନିୟନ୍ତ୍ରଣ କରନ୍ତୁ
------------------------

ପ୍ରତ୍ୟେକ ଗାଈ ପାଇଁ 10 ଡେସିମିଲ ଜମିରେ ଶଙ୍କର ହାତୀଆ ଚାରା ଚାଷ କଲେ ପ୍ରତ୍ୟେକ ଦିନ ଗାଈ କୁ 20-25 କିଗ୍ରା ସବୁଜ ଘାସ ଯୋଗାଇ ଦିଆଯାଇ ପାରିବ | ଏହାଦ୍ୱାରା ଦୁଗ୍ଧ ର ଉତ୍ପାଦନ ଖର୍ଚ୍ଚ କୁ କାମ କରାଯାଇ ପାରିବ |
------------------------

ଢିପ ଜମିରେ ଧାନ ବଦଳରେ ଅଣଧାନ ଫସଲ ଯଥା ମକା, ବରଗୁଡି, ହରଡ଼, ମାଣ୍ଡିଆ, ଚିନାବାଦାମ, ଜଡ଼ା ଇତ୍ୟାଦି ଚାଷ କରନ୍ତୁ |
------------------------

କୁକୁଡ଼ା ଚିଆଁ ମାନଙ୍କୁ 5-7 ଦିନ ବୟସ ରେ ଏବଂ 14 ଦିନ ବୟସ ରେ ଯଥାକ୍ରମେ ରାଣୀଖେତ ରୋଗ ଏବଂ ଗୁମ୍ବୋରୋ ରୋଗ ଟୀକା ଆଖିରେ ବା ନାକ ଫୁଡା ରେ ଏକ ଥୋପା ପକାଇ ଟୀକାକରଣ କରିବା ଉଚିତ
------------------------

ଦୈନିକ 9 ଲି ଦୁଗ୍ଧ ଦେଉଥିବା ଦୁଧିଆଳୀ ଗାଈ ମାନଙ୍କୁ ଦୈନିକ 30 କିଲୋ ଚାରା ସହ 1 କିଲୋ ଦାନ ଖାଇବାକୁ ଦେବା ଉଚିତ୍ତ
------------------------

ସୀତ ଦିନରେ କାକର ଭିଜା ଘାସ ଖାଇବା ଦ୍ୱାରା କୌଣସି ଲକ୍ଷଣ ନ ଦେଖେଇ ଏଣ୍ଡୋରୋଟାକ୍ସଇମା ରୋଗରେ ପଡି ହଟାତ ମୃତ୍ୟୁ ମୁଖରେ ପଡନ୍ତି , ତେଣୁ ଛେଳି ଛୁଆ ମାନଙ୍କୁ ସୀତ ଦିନ ରେ କାକର ଶୁଖିଲା ପରେ ପଡିଆ କୁ ଚରି ବାକୁ ଛାଡ଼ନ୍ତୁ
------------------------

ବର୍ତମାନ ସମୟରେ କଖାରୁ ଜାତୀୟ ପନିପରିବା ରେ ନିମ୍ନମୁଖୀ ପାଉଁଶିଆ ରୋଗ ଲାଗିବାର ସମ୍ଭାବନା ଅଛି । ଏହାର ନିୟନ୍ତ୍ରଣ ପାଇଁ ଏକର ପ୍ରତି Metalaxyl ୮% + Mancozeb ୬୪% W.P @ ୪୦୦ ଗ୍ରାମ କିମ୍ବା Fosetyl -AL ୮୦ % WP @ ୬୦୦ ଗ୍ରାମ, ୨୦୦ ଲିଟର ପାଣି ରେ ମିଶାଇ ସିଂଚନ କରନ୍ତୁ ।
------------------------

ଗୋଲାପ ଗଛ କୁ କାଣ୍ଟ ଛାଂଟ କରି ଅଳ୍ପ କେତେକ ସୁସ୍ତ ଡାଳ ରଖନ୍ତୁ ଏବଂ କାଣ୍ଟ ଛାଂଟ କରିବାର 7-10 ପରେ ବୁଦା ପ୍ରତି 100 ଗ୍ରାମ ହିସାବରେ ହାଡ଼ଗୁଣ୍ଡ, ଆମୋ ଫସ (2କିଗ୍ରା) ଏସ ଏସ ପି ( 2କିଗ୍ରା), ପଟାସିଅମ ସଲଫେଟ (1କିଗ୍ରା) ମିଶ୍ରଣ ପ୍ରୟୋଗ କରନ୍ତୁ |
------------------------

ଧାନ କିଆରିରେ ଶତକଡା 85 ଭାଗ କେଣ୍ଡା ପାଚି ଯାଇଥିଲେ ବିଳମ୍ୱ ନ କରି ଧାନ କାଟି ଦିଅନ୍ତୁ | ଅମଳ ପରେ ଧାନକୁ 2-3 ଟି ଟାଣ ଖରାରେ ଶୁଖାଇ ଦିଅନ୍ତୁ
------------------------

ସଅଳ କିସମ ଧାନରେ ଶତକଡା 85 ଭାଗ କେଣ୍ଡା ପାଚି ଯାଇଥିଲେ କାଟି ଦିଅନ୍ତୁ
------------------------

ଝାଉଁଳା ସହଣି ଥିବା ଲଙ୍କା ମରିଚ କିସମ ଯଥା ଉତ୍କଳ ରଶ୍ମି, ଉତ୍କଳ ଆଭା କିସମ ଲଗାନ୍ତୁ |
------------------------

ସମସ୍ତ ଫସଲ କୁ ସର୍ବେକ୍ଷଣ କରି ଉପଯୁକ୍ତ ଶଷ୍ୟ ସଂରକ୍ଷଣ ଓ ଜଳ ନିୟନ୍ତ୍ରଣ ବ୍ୟବସ୍ତା କରନ୍ତୁ |
------------------------

ମକା ଫସଲ 4-7 ସପ୍ତାହ ହୋଇ ଥିଲେ କୋଡାଖୁସା କରି ଘାସ ବାଛି ଏକର ପ୍ରତି 8 କିଗ୍ରା ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ |
------------------------

ଧାନ ରୋଇବାର 2-3 ସପ୍ତାହ ହୋଇଥିଲେ ଘାସ ବାଛି ପିଲ ସାର ପ୍ରୟୋଗ କରନ୍ତୁ |
------------------------

ଧାନକୁ ରୋଇବା ପୂର୍ବରୁ ଧନିଚା, ଛଣି ଆଦି ସବୁଜ ସାର କୁ ଜମିରେ ହଳ କରି ମାଟିରେ ମିଶାଇ ଦିଅନ୍ତୁ |
------------------------

ବର୍ଷା ଦିନରେ ଛେଳି ଘରକୁ ଶୁଖିଲା ରଖନ୍ତୁ, ଛେଳି ଓଦା ହୋଇଗଲେ ପୋଛି ଦିଅନ୍ତୁ ଏବଂ ଘରକୁ ଉଷ୍ମ ରଖନ୍ତୁ | ପ୍ରତ୍ୟେକ ଛେଳି ପିଛା 10-15 ବର୍ଗଫୁଟ ସ୍ଥାନ ଆବଶ୍ୟକ ଏବଂ ଛେଳି ଘରେ ଅଧିକ ଛେଳି ରଖି ଗହଳି କରନ୍ତୁ ନାହିଁ |
------------------------

ତଳି ଘରାରେ 2-3 ସେମି ପାଣି ବାକି ରଖନ୍ତୁ | ତଳି 3-4 ସପ୍ତାହ ର ବା 4-5 ପତ୍ର ବିଶିଷ୍ଟ ହୋଇଥିଲେ ଅନୁମୋଦିତ ମୂଳସାର ଦେଇ ଧାନ ରୁଆ କରନ୍ତୁ |
------------------------

ପ୍ରାକ ମୌସୁମୀ ବର୍ଷାର ସୁଯୋଗ ନେଇ ଜମି କୁ ହଳ କରନ୍ତୁ ଓ ରୋଟାଭେଟର ଦ୍ୱାରା ଗୁଣ୍ଡ ଚାଷ କରନ୍ତୁ |
------------------------

ଗ୍ରୀଷ୍ମ ପ୍ରବାହ ସମୟରେ ଦିନ 11 ଟା ରୁ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ପ୍ରାଣୀ କୁ ବାହାରକୁ ନ ଛାଡି ଗୁହାଳରେ ରଖନ୍ତୁ | ଅଂଶୁଘାତ ରେ ଆକ୍ରାନ୍ତ ପ୍ରାଣୀ ଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନରେ ସ୍ଥାନାନ୍ତରିତ କରିବା ସହିତ ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ନିକଟସ୍ଥ ପ୍ରାଣୀ ଚିକିତ୍ସକ ସହ ପରାମର୍ଶ କରନ୍ତୁ |
------------------------

ଖରା ଦିନିଆ ଭେଣ୍ଡି, ବାଇଗଣ , କଲରା , ଜହ୍ନହି , କାକୁଡି ଆଦି ପନିପରିବା ତଥା ଖଡା , ଲେଉଟିଆ ଆଦି ଶାଗ ପାଇଁ ଏପ୍ରିଲ ମାସ ପ୍ରକୃଷ୍ଟ ସମୟ |
------------------------

ମୁଗ ଓ ବିରି ରେ କାଳିମୁଣ୍ଡି ପୋକର ଦମନ ପାଇଁ ହୁଡ଼ା ଚାରିପଟେ କ୍ଲୋରୋ ପାଈ ରିଫସରୀଫସ ଗୁଣ୍ଡ ପ୍ରୟୋଗ କରନ୍ତୁ |
------------------------

ବର୍ତମାନ ପାଗରେ ମୁଗ ଓ ବିରି ରେ ପ୍ରାଟାଖିଆ ଓ କାଳି ମୁଣ୍ଡି ପୋକ ଲାଗିବାର ସମ୍ଭାବନା ଅଛି | ଏହାର ନିରାକରଣ ପାଇଁ ପ୍ରଫେନଫସ 50 ଇସି 2ମିଲି କିମ୍ବା dichlorvos 76% EC 1 ମିଲି କୁ ପ୍ରତି ଲିଟର ପାଣିରେ ମିଶାଇ ସନ୍ଧ୍ୟା ବେଳା ସିଞ୍ଚନ କରନ୍ତୁ |
------------------------

ଆଗୁଆ ବୁଣା ସୋରିଷ ବର୍ତମାନ 15-20 ଦିନ ଅବସ୍ଥାରେ ଅଛି ବର୍ତମାନ କୋଡା ଖୁସା ଓ ଘାସ ବାଛି ଦିଅନ୍ତୁ | ଧାଡିରେ ଗଛ ସଂଖ୍ୟା ଅଧିକ ଥିଲେ 15-20 ଦିନ ପରେ 8-10 ଦିନ ବ୍ୟବଧାନରେ ସୁସ୍ତ ଗଛ ରଖି ଅନ୍ୟ ଗଛ କୁ ଉପାଡି ବାହାର କରି ଦିଅନ୍ତୁ |
------------------------

ଝାଉଁଳା ସହଣୀ ଥିବା ଲଙ୍କା ମରିଚ କିସମ ଯଥା - ଉତ୍କଳ ରଶ୍ମି , ଉତ୍କଳ ଆଭା କିସମ ଲଗାନ୍ତୁ |
------------------------

ଜମିର ବତର ଦେଖି ଖରାଦିନିଆ ହଳ କରନ୍ତୁ, ଫଳରେ ଜମିରୁ ବିଭିନ୍ନ ପ୍ରକାର ଘାସ, ପୋକର ଅଣ୍ଡା ଓ ଶୁକ ନଷ୍ଟ ହୋଇଯିବ ଓ ଫସଲରେ ରୋଗ ଓ ପୋକର ମାତ୍ରା କମିଯିବ |
------------------------

ଖରଟିଆ ମୁଗ, ବିରି ବୁଣିବାର 3 ସପ୍ତାହ ହୋଇଥିଲେ କୋଡା ଖାସ କରି ଘାସ ବାଛି ଦିଅନ୍ତୁ ଓ ମାଟିର ବତର କୁ ଦେଖି ଜଳ ସେଚନ କରନ୍ତୁ |
------------------------

ଅମଳ ହୋଇଥିବା ଧାନ କିସମ ଅନୁସାରେ ଅଲଗା ଅଲଗା କରି ବଜାରରେ ମିଳୁଥିବା ସୁପର ଗ୍ରେନ ବସ୍ତାରେ ଭର୍ତି କରି ସିରଖିତ ରଖନ୍ତୁ |
------------------------

ସୂର୍ଯ୍ୟମୁଖୀ ଫସଲରେ ତୈଳାଂଶ ବୃଦ୍ଧି ପାଇଁ ଏକର ପ୍ରତି 100 କିଗ୍ରା ଜିପସମ ଓ 4 କେଜି ବୋରାକ୍ସ ସହ କିଛି ଖାତା ମୂଳସାର ରେ ମିଶାଇ ପ୍ରୟୋଗ କରନ୍ତୁ |
------------------------

ବର୍ତମାନ ର ଥଣ୍ଡା ପାଗ ରେ ଆଗୁଆ ବୁଣା ସୋରିଷ ରେ ଯାଉ ପୋକ ଲାଗିବାର ସମ୍ଭାବନା ଅଛି ତେଣୁ ପ୍ରତିକାର ପାଇଁ ଏକର ପିଚ୍ଛା 8ଟି ହଳଦିଆ ଅଠା ଜନତା ଲଗାନ୍ତୁ |
------------------------

Krishi Vigyan Kendra Bolangir

kvk Bolangir profile

Welcome to Krishi Vigyan Kendra Bolangir Krishi Vigyan Kendra , Bolangir, sanctioned by the Indian Council of Agricultural Research to operate under Orissa University of Agriculture and Technology, Bhubaneswar in pursuance to the Council’s Office Order No.2-22/2000-AE-II,ADG(AE) ICAR, PUSA, New Delhi dt.10.08.2009. KVK, Bolangir was established on 18th August 2009 with a prime aim to enhance the agricultural production of Bolangir district with help of the mandatory activities like: On Farm Trials, Front Line Demonstrations, Vocational Trainings for farmers,farm women and rural youths, In-service Trainings, different Extension Activities, quality planting material production. It is located at R.E. Farm, LarkiPalli, Bolangir

Our Authorities

Krishi Vigyan Kendra Bolangir

Prof. Pravat Kumar Roul Hon'ble Vice-Chancellor,OUAT, Bhubaneswar

Krishi Vigyan Kendra Bolangir

Prof. Susanta Kumar Swain Dean, Extension Education, OUAT, Bhubaneswar

Krishi Vigyan Kendra Bolangir

Dr. Pradip Dey Director, Zone- V, ICAR ATARI, Kolkata

From Sr. Scientist & Head's Desk

Krishi Vigyan Kendra Bolangir

Dr. Satyamaya Satapathy Sr.Scientist & Head

Vikshit Krishi Sankalp Abhiyan programme was conducted during 29.05.2025 to 12.06.2026 through out the district consisting of three Team i.e. Team-A, Team-B, Team-C Team - A covred Jhalap, Deogaon, Sikuan, Nuapada, Jamut, Budhabahal, Karmeli, Surda, Bandupala, Bhainsa, Larambha, Kerbeda, Mundmahul Kudasingha, Mayabarha, Atgaon, Bubel, Dhumabhata, Telenpali, Tankapani,
Team B - covered Deulgaon, Baneimunda, Madhypur, Budhipadar, Sargard, Luht/Jramunda, Rinbachan, Salandi, Bagdore, Khaprakhol, Juria, Karuanmunda, Chatuanka, Gaibahal, Jarasingha, Kutumdola, Chandanbhati, Nagaon B, Jharnipali villages and 
Team -C coveed -Sagardghat, Manigaon, Siskela , Karamtala, Bitabandh, Muribahal, Chaulsukha, Hial, Mundpadar, Bhalumunda, Chalki, Bandupala, Gudvella, Rusuda, Jharmunda, Uparbahal, Bahalpadar, Ankariapadar, Tusurabahal , Barapudigia villages

Mandate of KVK

  • On-farm testing to identify the location specificity of agricultural technologies under various farming systems.

  • Frontline demonstrations to establish its production potentials on the farmers? fields.

  • Training of farmers and extension personnel to update their knowledge and skills in modern agricultural technologies.

  • Work as resource and knowledge centre of agricultural technologies for supporting initiatives of public, private and voluntary sector for improving the agricultural economy of the district.

  • Produce and make available technological products, like seed, planting material, bio agents, young ones of livestock etc. to the farmers.

  • Organize extension activities to create awareness about improved agricultural technologies to facilitate fast diffusion and adoption of technologies in agriculture and allied sectors.

Weather Forecast

BALANGIR WEATHER